ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଖ୍ୟ ବିଚାରପତି (CJI) ସଞ୍ଜିବ ଖାନ୍ନା ମଙ୍ଗଳବାର (୧୩ ମଇ, ୨୦୨୫) ରେ ଅବସର ନେଇଛନ୍ତି। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ସିଜେଆଇଙ୍କ ସହିତ ବିତାଇଥିବା ଦିନଗୁଡ଼ିକ ଏବଂ ତାଙ୍କ ନିଷ୍ପତ୍ତିଗୁଡ଼ିକୁ ମନେ ପକାଇଥିଲେ। ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ । ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଏହା ପୂର୍ବରୁ ଆଜି ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖନ୍ନା। ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଆଜି ଜଷ୍ଟିସ୍ ବି.ଆର. ଗବାଇଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ସୁପ୍ରିମକୋର୍ଟରେ ତାଙ୍କ ସହକର୍ମୀଙ୍କଠାରୁ ବିଦାୟ ନେଇଥିଲେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……