ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ ନାଗୌରରେ ଇଦ୍ ଉତ୍ସବ ସମୟରେ ୨ ମୁସ୍ଲିମ ଗୋଷ୍ଠୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି। ରାମ ନବମୀ ପରଠାରୁ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ହେଉଥିବା ବେଳେ ମଙ୍ଗଳବାର ଇଦ୍ରେ ମଧ୍ୟ ୨ ମୁସଲମାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଛି। ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇ ପରେ ଏହା ପଥର ମାଡ଼ରେ ପରିଣତ ହୋଇଥିଲା। ଯୋଧପୁର ହିଂସାର ମାତ୍ର କିଛି ଘଣ୍ଟା ପରେ ନାଗୌରରେ ଏହି ସଂଘର୍ଷ ହୋଇଛି। ଅନ୍ୟପକ୍ଷେ ଆଜି ଉତ୍ତରପ୍ରଦେଶର ସମ୍ଭଲରେ ମଧ୍ୟ ଗୋଟିଏ ସମ୍ପ୍ରଦାୟର ୨ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷ ଉପୁଜିଛି। ସମ୍ଭଲ୍ରେ ପଥର ମାଡ଼ ଏବଂ ଗୁଳିମାଡ଼ ମଧ୍ୟ ହୋଇଛି। ଉକ୍ତ ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..