ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ପ୍ରଧାନଶିକ୍ଷକଙ୍କ ଯୌନ ନିର୍ଯାତନାର ଶିକାର ହୋଇ ଜଣେ ଛାତ୍ରୀ ହଷ୍ଟେଲ୍ ଛାତରୁ ଡେଇଁ ପଡିଛନ୍ତି | ଆଜି ମଧ୍ୟାହ୍ନରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଲେଫ୍ରିପଡ଼ା ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲ୍ରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ଦୂରଦୂରାନ୍ତରୁ ଆସୁଥିବା ବହୁ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ହେଲେ ପିଲାମାନଙ୍କୁ ସେଠାରେ ପାଠ ପଢ଼ିବା ପରିବର୍ତ୍ତେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କ ନିର୍ଯାତନା ଅସହ୍ୟ ହେବାରୁ ଆଜି ଜଣେ ଦଶମ ଶ୍ରେଣୀ ଛାତ୍ରୀ ଛାତରୁ ଡେଇଁ ପଡ଼ିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଛାତରୁ ଡେଇଁ ଆତ୍ମହତ୍ୟା କରିବା ନେଇ ଅଭିଯୋଗ ହେବା ପରେ ପୋଲିସ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଥିଲା। ଆଉ ସେହି ସମୟରେ ପିଲାମାନେ ପ୍ରଧାନଶିକ୍ଷକଙ୍କ ବିରୋଧରେ ମୁହଁ ଖୋଲିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ପଟେଲ୍ ଯୌନ ନିର୍ଯାତନା ଦେଉଥିବା ପିଲାମାନେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ପ୍ରଧାନଶିକ୍ଷକ ଶ୍ରୀ ପଟେଲ୍ଙ୍କୁ ଅଟକ ରଖି ପଚରାଉଚରା କରୁଛି।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..