ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକି ଷ୍ଟାର ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଛି । ଏହା ସହିତ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କହିଛି କମିଶନରେଟ ପୋଲିସ । ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ସହିତ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା | ଆନନ୍ଦ ଟପ୍ପୋ ବେକରେ ଫାଶୀ ଦେଇ ଝୁଲିପଡ଼ିଥିଲେ ବୋଲି ପୋଲିସ କହିଛନ୍ତି। ଏହି ମାମଲାରେ ଆଜି ପୋଲିସ ପକ୍ଷରୁ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରାଯାଇଛି। ମୃତ୍ୟୁ ପୂର୍ବରୁ ଆନନ୍ଦ ଟପ୍ପୋ ମଦ ପିଇଥିଲେ। ତେବେ ତାଙ୍କୁ ବଳପୂର୍ବକ ମଦ ପିଆଯାଇ ନଥିଲା | ଆନନ୍ଦଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଦିଗ ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |ଉଲ୍ଲେଖ ଯୋଗ୍ୟ- ଗତବର୍ଷ ଫେବ୍ରୁଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ଆୟୁଷ ରେଡିୟମ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ୀ ଲଗାଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ଫୋନ୍ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। ଏହା ପରେ ଆନନ୍ଦଙ୍କ ବାପା ବନ୍ଧନ ଭୁବନେଶ୍ୱରରେ ଆସିଥିଲେ।






More Stories
ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…..
ଭଲ ଫଳ ମିଳିବ…..
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..