ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ରନୱେରେ ଏକ ସମୟରେ ଉଡ଼ାଣ ଓ ଅବତରଣ କରିଛି ଦୁଇଟି ବିମାନ। କିଛି ମୁହୂର୍ତ୍ତର ବ୍ୟବଧାନ ମଧ୍ୟରେ ଏପରି ଘଟିଥିବାରୁ ଶହ ଶହ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି ଇନ୍ଦୋରରୁ ଇଣ୍ଡିଗୋ ବିମାନ ମୁମ୍ବାଇ ଆସୁଥିବା ବେଳେ ଏୟାର ଇଣ୍ଡିଆ ବିମାନ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରୁଥିଲା। ଏହି ଦୁଇ ବିମାନ ଗୋଟିଏ ରନୱେରେ ଉଡ଼ାଣ ଓ ଅବତରଣ କରୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଅନୁସାରେ, ଏୟାର ଇଣ୍ଡିଆ ବିମାନ ଉଡ଼ାଣର କରିବାର ମାତ୍ର କିଛି ସେକେଣ୍ଡ ପରେ ଇଣ୍ଡିଗୋ ସେହି ରନୱେରେ ଅବତରଣ କରୁଥିବା ଦେଖାଯାଉଛି। ଭିଡିଓ ଭାଇରାଲ ହେବା ପରେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ, ଇନ୍ଦୋର-ମୁମ୍ବାଇ ବିମାନର ପାଇଲଟ ଏଟିସିଙ୍କ ନିର୍ଦ୍ଦେଶ ଅନୁସାରେ ଅବତରଣ କରିଥିଲେ। ସେହିପରି ଏୟାର ଇଣ୍ଡିଆ ମଧ୍ୟ ଏଟିସିଙ୍କ ନିର୍ଦ୍ଦେଶକୁ ଅନୁସରଣ କରିଥିବା ସ୍ପଷ୍ଟୀକରଣ ଦେଇଛି। ତେବେ ସୌଭାଗ୍ୟବଶତଃ ଶତାଧିକ ଯାତ୍ରୀ ଏକ ସମ୍ଭାବ୍ୟ ବିପଦରୁ ବର୍ତ୍ତି ଯାଇଥିବା ବେଳେ ଏପରି ଦାୟିତ୍ୱହୀନତାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଟ୍ରାଫିକ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ସ୍ପଷ୍ଟୀକରଣ ମାଗିଛି।






More Stories
ବି୧ ପୋଲ ଧ୍ବଂସ କଲା ଆମେରିକା….
ନୌସେନାରେ ସାମିଲ ଅରିଦମନ…..
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..