Report Card Odisha

| Daily Odia News

ପ୍ରଶାନ୍ତଙ୍କ ପରିବାର ପାଇଁ ୨୦ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି ମରଶରୀର। ଏନେଇ ସାରା ଗାଁରେ ଶୋକାକୂଳ ପରିବେଶ ରହିଛି। ଗତକାଲି ରାତିରେ ମରଶରୀର ଜମ୍ମୁ-କଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର। ବାଲେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତ ପ୍ରଶାନ୍ତଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତ ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ମିଳିବା ସହ ପୁଅର ପାଠପଢ଼ା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Breaking News