Report Card Odisha

| Daily Odia News

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, ଆଜି କରିବେ ରୋଡ ସୋ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ସହ ଆଗାମୀ ଦିନରେ ବିଦେଶୀ ପୁଞ୍ଜି ନିବେଶ ବଢ଼ାଇବା ଲକ୍ଷ୍ୟ ନେଇ ଗତକାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶ ବିଦେଶର ଉଦ୍ୟୋଗୀଙ୍କ ସହ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସ୍ତାବ ଦେବା ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କର ହେବ ପ୍ରଥମ ରୋଡ୍ ସୋ’। ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ବିଦେଶୀ ନିବେଶକଙ୍କୁ ଆସନ୍ତା ଜାନୁଆରୀରେ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭ ସମ୍ମିଳନୀକୁ ନିମନ୍ତ୍ରଣ କରିବେ। ଏହି ନିବେଶକ ସମ୍ମିଳନୀରେ ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ ।
ଗତକାଲି ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହା ମଧ୍ୟରେ କିଛି ଉଦ୍ୟୋଗୀଙ୍କ ଆଲୋଚନା ସରିଛି। ଗତ ଶହେ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସିସାରିଛି। ୨୦୨୫ ଜାନୁଆରୀରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ହେବ। ଏହା ଜାନୁଆରୀ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଚାଲିବ।

Breaking News