Report Card Odisha

| Daily Odia News

୯ ରେ ଓଡିଶା ଆସୁଛନ୍ତି ଜଗନ ମୋହନ ରେଡ୍ଡୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ପ୍ରମୁଖ ସୀମାବିବାଦ, ପୋଲାଭରମ ଜଳ ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗର ନେଇ ସମାଧାନ ଦିଗରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଲୋଚନା ହେବ। ଏନେଇ ଆସନ୍ତା ୯ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟିର ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଗସ୍ତରେ ଆସୁଛନ୍ତି | ଏହି ସମୟରେ ଶ୍ରୀ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ଜଳ ପ୍ରକଳ୍ପକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଆଲୋଚନା କରିବା ନେଇ ସୂଚନା ମିଳିଛି । ରିପୋର୍ଟ ଅନୁସାରେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଆସନ୍ତା ୯ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ନବୀନ ନିବାସ ଅଭିମୁଖେ ଗସ୍ତ କରିବେ। ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ। ବିଶେଷକରି ପୋଲାଭରମ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପରିବାର ଓ ଜଳମଗ୍ନ ଅଞ୍ଚଳ, ବଂଶଧାରାରେ ନେରେଡି ବ୍ୟାରେଜ୍ ନିର୍ମାଣ ଓ ଝଞ୍ଜାବତୀ ଜଳଭଣ୍ଡାରର ବନ୍ୟା ଜଳ ସମସ୍ୟାକୁ ନେଇ ରହିଥିବା ଦୁଇ ରାଜ୍ୟ ମଧ୍ୟରେ ବିବାଦ ପ୍ରସଙ୍ଗରେ ଆଲୋଚନା ହେବ। ଏହାବ୍ୟତୀତ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି। କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆପତ୍ତି ଉଠାଯିବ ବୋଲି ଜଣାପଡ଼ିଛି।

 

Breaking News