Report Card Odisha

| Daily Odia News

ହୁସିଆର୍‌ ‘ବିଜେପି’ ‘ଷ୍ଟିଙ୍ଗ୍‌ ଅପରେସନ୍‌’ କରିବାକୁ ଚାହୁଁଛି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମନ୍ତ୍ରୀମାନଙ୍କୁ ସତର୍କ କରାଇଛନ୍ତି | କହିଛନ୍ତି କି ‘ବିଜେପି’ ‘ଷ୍ଟିଙ୍ଗ୍‌ ଅପରେସନ୍‌’ କରିବାକୁ ଚାହୁଁଛି | ସମସ୍ତେ ହୁସିଆର୍‌ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି | ଗୁରୁବାର ଦିନ ଆୟୋଜିତ ଏକ ବୈଠକରେ ରାଜ୍ୟର ମନ୍ତ୍ରୀମାନଙ୍କୁ କାର୍ଯ୍ୟଧାରାର ନିୟମ ବିଷୟରେ କହିଲା ବେଳେ ମମତା କହିଲେ, ‘ବିଜେପି’ ଗୋଟାଏ ଯନ୍ତା ବସାଇଛି। ‘ଷ୍ଟିଙ୍ଗ୍‌ ଅପରେସନ୍‌’ କରିବାକୁ ଚାହୁଁଛି। ବିଭିନ୍ନ ଉପାୟରେ ୫୦୦ ଲୋକଙ୍କୁ ଏଥିପାଇଁ ମୁତୟନ କରିବ। ତେଣୁ, ହୁସିଆର୍‌ ହୋଇ କାମ କରନ୍ତୁ। ସବୁବେଳେ ସାବଧାନତାର ସହିତ କାମ କରିବା ଉଚିତ।  ଫାଇଲ୍‌କୁ ଭଲ ଭାବେ ନ ପଢ଼ି କେହି କେଉଁଠି ଦସ୍ତଖତ କରନ୍ତୁ ନାହିଁ। କିଛି ଲେଖା ହୋଇ ନ ଥିବା ସାଦା କାଗଜ ଉପରେ ଦସ୍ତଖତ କରିବା ଅନୁଚିତ। ଦଲିଲ ଆଦି କାଗଜପତ୍ରର ଦସ୍ତଖତ ଉପରେ ଓ ତଳେ ପରେ କିଛି ଲେଖାଯାଇ ପାରିବା ଭଳି ଜାଗା ଯେମିତି ନ ରହେ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଏହାଛଡ଼ା, କାର୍‌ରେ ଲାଲ୍‌ ଓ ନୀଳ ବତି ନ ଜଳାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ମନ୍ତ୍ରୀମାନଙ୍କୁ ମାନେ ପକାଇଦେଇଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁସାରେ କୋଲ୍‌କାତା ଭିତରେ କୌଣସି ମନ୍ତ୍ରୀ ପୋଲିସ୍‌ ପାଇଲଟ୍‌ ନେଇ ପାରିବେ ନାହିଁ। ରାଜପଥରେ ଆସିବା ପରେ କୋଲ୍‌କାତାରେ ପ୍ରବେଶ କରିବା ପୂର୍ବରୁ ଜିଲ୍ଲା ମନ୍ତ୍ରୀମାନଙ୍କୁ ପାଇଲଟ୍‌ ଛାଡ଼ି ଦେବାକୁ ପଡ଼ିବ। ସେହିପରି, କୋଲ୍‌କାତା ସୀମାରୁ ବାହାରି ନ ଯିବା ପର୍ଯ୍ୟନ୍ତ କୋଲ୍‌କାତାର ମନ୍ତ୍ରୀମାନେ ମଧ୍ୟ ପାଇଲଟ୍‌ ନେଇ ପାରିବେ ନାହିଁ। ଏହା ବ୍ୟତୀତ ମନ୍ତ୍ରୀମାନେ ସରକାରଙ୍କ ନିକଟରେ ଆୟକର ରିଟର୍ଣ୍ଣ ଦାଖଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି । ଏହି ବ୍ୟବସ୍ଥା ଅନୁସାରେ ମନ୍ତ୍ରୀମାନେ ନିଜ ନିଜ ଆୟକର ରିଟର୍ଣ୍ଣ ‘ସ୍ଲିପ୍‌’ର ଗୋଟାଏ କପି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି।

Breaking News