ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ବୁଧବାର ସନ୍ଧ୍ୟାରେ ମୁମ୍ବାଇସ୍ଥିତ ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ ‘ହାର୍ଟବିଟସ’ରେ ଯୋଗ ଦେଇଥିଲେ । ମୁମ୍ବାଇରେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ଉପରେ ସଂଗୃହୀତ ଫଟୋଚିତ୍ରଗୁଡ଼ିକର ପ୍ରଦର୍ଶନୀ କରାଯାଉଛି । ଜାହାଙ୍ଗୀର ଆର୍ଟ ଗ୍ୟାଲେରୀର ଅଡିଟୋରିୟମ ହଲରେ ଏହି ଫଟୋ ପ୍ରଦର୍ଶନୀ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ୬ଟା ୫୦ରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..