ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆପଡ଼ା ଜିଲ୍ଲା ଗସ୍ତ କରିବେ । ମିଷ୍ଟରେ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଉଦଘାଟନ କରିବା ସହ ବିଭିନ୍ନ ଯୋଜନାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ୧୦ ଗୋଟି ଗ୍ରାମ ସମ୍ପୂର୍ଣ୍ଣ ବୁଡି ଯାଉଥିବା ବେଳେ ୨୧ ଗୋଟି ଗ୍ରାମ ଆଂଶିକ କ୍ଷତି ଗ୍ରସ୍ତ ହୋଇଛି । କାଲିମାଟି ଗାଁର ବିସ୍ଥାପିତଙ୍କୁ ଡ୍ୟାମ୍ ପରିସର ଭିତରୁ ବାହାର କରି ନିକଟ ରଜନା ସ୍କୁଲ ପରିସରରେ ଅସ୍ଥାୟୀ କ୍ୟାମ୍ପ କରି ରଖିଛି ପ୍ରଶାସନ । ବିସ୍ଥାପିତ ମାନଙ୍କୁ ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ସମସ୍ତ ଥଇଥାନ ରାଶି ଦେବା ପାଇଁ କହିଛି ପ୍ରଶାସନ । ଅନ୍ୟପଟେ କାଲିମାଟି ଗାଁରେ ଥିବା ୧୦ ପରିବାର ଏବେ ସ୍କୁଲ ପରିସରରେ ରହୁଛନ୍ତି । ଜମିର ଉଚିତ କ୍ଷତିପୂରଣ ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଥଇଥାନ ରାଶି ସହ ଅନୁକମ୍ପାମୂଳକ ରାଶି ଶୀଘ୍ର ଦିଆଯାଉ ବୋଲି ଏମାନଙ୍କ ପ୍ରମୁଖ ଦାବୀ ରହିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଯାଉଛନ୍ତି । ପ୍ରାୟ ୪ ହଜାର କୋଟି ଟଙ୍କା ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି ।






More Stories
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ……