Report Card Odisha

| Daily Odia News

ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ….

The Chief Minister of Odisha, Shri Naveen Patnaik calling on the Prime Minister, Shri Narendra Modi, in New Delhi on October 06, 2014.

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆପଡ଼ା ଜିଲ୍ଲା ଗସ୍ତ କରିବେ । ମିଷ୍ଟରେ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଉଦଘାଟନ କରିବା ସହ ବିଭିନ୍ନ ଯୋଜନାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ୧୦ ଗୋଟି ଗ୍ରାମ ସମ୍ପୂର୍ଣ୍ଣ ବୁଡି ଯାଉଥିବା ବେଳେ ୨୧ ଗୋଟି ଗ୍ରାମ ଆଂଶିକ କ୍ଷତି ଗ୍ରସ୍ତ ହୋଇଛି । କାଲିମାଟି ଗାଁର ବିସ୍ଥାପିତଙ୍କୁ ଡ୍ୟାମ୍ ପରିସର ଭିତରୁ ବାହାର କରି ନିକଟ ରଜନା ସ୍କୁଲ ପରିସରରେ ଅସ୍ଥାୟୀ କ୍ୟାମ୍ପ କରି ରଖିଛି ପ୍ରଶାସନ । ବିସ୍ଥାପିତ ମାନଙ୍କୁ ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ସମସ୍ତ ଥଇଥାନ ରାଶି ଦେବା ପାଇଁ କହିଛି ପ୍ରଶାସନ । ଅନ୍ୟପଟେ କାଲିମାଟି ଗାଁରେ ଥିବା ୧୦ ପରିବାର ଏବେ ସ୍କୁଲ ପରିସରରେ ରହୁଛନ୍ତି । ଜମିର ଉଚିତ କ୍ଷତିପୂରଣ ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଥଇଥାନ ରାଶି ସହ ଅନୁକମ୍ପାମୂଳକ ରାଶି ଶୀଘ୍ର ଦିଆଯାଉ ବୋଲି ଏମାନଙ୍କ ପ୍ରମୁଖ ଦାବୀ ରହିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଯାଉଛନ୍ତି । ପ୍ରାୟ ୪ ହଜାର କୋଟି ଟଙ୍କା ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି ।

Breaking News