Report Card Odisha

| Daily Odia News

ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୌମେନ୍ଦ୍ର ପ୍ରିୟଦର୍ଶୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧିବଧ ଭାବରେ ଆଜି କଟକ-ଭୁବନେଶ୍ଵର ଦ୍ଵୈତ ନଗରୀର ନୂଆ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ସେ ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର । ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନରେ ସୌମେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ । ତେବେ ଟ୍ୱିନସିଟିରେ ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିଛି । ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବି। ଏହି ଦୁଇଟି ଦିଗ ଉପରେ ମୋର ପ୍ରଥମ ପ୍ରାଥମିକତା ରହିବ।  ଲୋକଙ୍କ ଧନ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେବି ବୋଲି କହିଛନ୍ତି। ଦକ୍ଷ ଅଫିସରଙ୍କ ଉତ୍ତରାଧିକାରୀ ଭାବେ କାର୍ଯ୍ୟ କରିବା ବଡ ଚ୍ୟାଲେଞ୍ଜିଂ ରହିବ। ପୋଲିସ କମିଶନରେଟ୍‌ର ଅସମାପ୍ତ କାର୍ଯ୍ୟକୁ ପୂରଣ କରିବା ଦିଗରେ ଧ୍ୟାନ ଦେବି ବୋଲି ପ୍ରିୟଦର୍ଶୀ କହିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ ସୁଚାରୁରୂପେ ନିଜର ଦାୟିତ୍ବ ସଂପନ୍ନ କରିବେ। ପୂର୍ବତନ ପୋଲିସ  କମିସନରଙ୍କ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ । ପୂର୍ବରୁ କଟକ ଓ ଭୁବନେଶ୍ବର ଟୁଇନ୍‌ ସିଟିରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ , ଏବଂ ପୋଲିସ ଓ ପବ୍ଲିକ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନ ହୋଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।  ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

 

Breaking News