ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପୂରୁଛି ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ । ୨୨ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିବା ନବୀନଙ୍କ ପାଇଁ ଏହି ତୃତୀୟ ବର୍ଷ ବଡ ଚ୍ୟାଲେଜ ଥିଲା । ପଞ୍ଚାୟତ ସହିତ ପୌର ନିର୍ବାଚନକୁ ସଫଳତା ସହିତ ସାମ୍ନା କରିଥିଲା। ଏହା ସହିତ ସ୍ବାସ୍ଥ୍ୟ ଓ ଶିକ୍ଷା ଏବଂ ମନ୍ଦିରର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ନବୀନ ସରକାର । ଯେଉଁଥିରେ ୧୬୦ ଦୁର୍ନୀତି ଖୋର ବାବୁଙ୍କୁ ଚାକିରୀରୁ ବିଦା କରାଯାଇଛି । ପଞ୍ଚମ ପାଳିରେ ଲକ୍ଷ୍ୟ ରହିଛି, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଏବଂ ଦୁର୍ନୀତି ମୁକ୍ତ ଶାସନ । ଯାହାକୁ ପୂରଣ କରିବା ଲାଗି ୨୦୨୧ ସେପ୍ଟମ୍ବର୧ରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟହେଲଥ କାର୍ଡ ପ୍ରଚଳନ କରିଥିଲେ। ଯେଉଁଥିରେ ଦୈନିକ ୩କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ନବୀନ ସରକାର। ଏହାସହ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ଆରମ୍ଭ କରିଥିଲେ ମୋ ସ୍କୁଲ କାର୍ଯ୍ୟକ୍ରମ। ୫ଟି ଅଧୀନରେ ୨ ହଜାରରୁ ଅଧିକ ସ୍କୁଲ ରୂପାନ୍ତରଣ ସରିଛି। ସେହିପରି କଳାର ପ୍ରଦେଶ ଓଡିଶାରେ ମନ୍ଦିରମାନଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୮ଶହ କୋଟି ଟଙ୍କା ଏବଂ ଲିଙ୍ଗରାଜ, ତାରାତାରିଣୀ, କଟକଚଣ୍ଡୀ, ସମଲେଶ୍ବରୀ, ନୃସିଂହନାଥ ମନ୍ଦିର ବିକାଶ କାର୍ଯ୍ୟ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି।






More Stories
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..