ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା କେନ୍ଦ୍ରାପଡା ଜିଲ୍ଲା । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ୩ ଲକ୍ଷ ୧୫ ହଜାର ୩୦୨ ପରିବାରକୁ ମିଳିବ ସ୍ମାର୍ଟ କାର୍ଡ । ମାଗଣା ସ୍ବାସ୍ଥ୍ୟସେବା ପାଇବେ ୧୧ ଲକ୍ଷ ୭୫ ହଜାର ୬୧୬ ଲୋକ ।ଏହା ସହିତ କେନ୍ଦ୍ରାପଡାକୁ ୧୫୨୬ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି | ମୁଖ୍ୟମନ୍ତ୍ରୀ ୪୮ଟି ପ୍ରକଳ୍ପର ଉଦଘାଟନ ଓ ୧୦୪ ପ୍ରକଳ୍ପର ଶିଳାନ୍ୟାସ ଶିଳାନ୍ୟାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇସ୍ପାତ କାରଖାନା ପାଇଁ ଆର୍ସେଲର ମିତ୍ତଲ କମ୍ପାନୀ ସହ କଥା ହୋଇଛୁ । ଏହି ପ୍ରକଳ୍ପ ଶିଳ୍ପ କ୍ଷେତ୍ରରେ ଏକ ନୂଆ ଯୁଗ ଆଣିବ ବୋଲି ନବୀନ କହିଛନ୍ତି ।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..