ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିଠୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍କୁ ଉଦ୍ଘାଟନ କରିଛନ୍ତି । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଇକୋ ରିଟ୍ରିଟ୍ ୩ ମାସ ପର୍ଯ୍ୟନ୍ତ ଚାଲିବ । ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେଇ ପାରିବେ ପର୍ଯ୍ୟଟକ । ସେହିପରି କୋଣାର୍କ ପରି ଭିତରକନିକାରେ ମଧ୍ୟ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ଆଜିଠୁ ଭିତରକନିକାର ପେଣ୍ଠ ସମୁଦ୍ର ବେଳାଭୂମିରେ ଇକୋ ରିଟ୍ରିଟ୍ ଆୟୋଜିତ ହେବ । ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ତମ୍ବୁ ନିର୍ମାଣ କରାଯାଇଛି । ଦିନ ବେଳା ପର୍ଯ୍ୟଟକମାନେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ।






More Stories
ଓଡ଼ିଶାରେ SIR ସ୍ଥଗିତ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ…..