ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ୍-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି | ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ୍ ନେଇଥିବା ଘୋଷଣା କରିଛି। ଯୁଦ୍ଧ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏବେ ଏହି ଯୁଦ୍ଧ ଭିତରେ ଇସ୍ରାଏଲ୍କୁ ସହାୟତାର ହାତ ବଢ଼ାଇଛି ଆମେରିକା। ଯୁଦ୍ଧାସ୍ତ୍ର ଧରି ଇସ୍ରାଏଲ୍ ପହଞ୍ଚିଛି ପ୍ରଥମ ଆମେରିକୀୟ ବିମାନ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଏନେଇ ସୂଚନା ଦେଇଛି। ଆମେରିକାର ଏହି ପ୍ରଥମ ଯୁଦ୍ଧ ବିମାନଟି ଦକ୍ଷିଣ ଇସ୍ରାଏଲର ନେଭାଟିମ୍ ଏୟାରବେସରେ ଅବତରଣ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଗତକାଲି ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ ବାଇଡେନ୍। ଗାଜାରେ ହାମାସ ଦ୍ୱାରା ହୋଇଥିବା ବିପଜ୍ଜନକ ଆକ୍ରମଣରେ ୧୪ ଜଣ ଆମେରିକୀୟ ନାଗରିକ ମଧ୍ୟ ନିହତ ହୋଇଛନ୍ତି।






More Stories
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..