ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରିଟେନରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ | ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରିଟେନ୍ର ଓଡ଼ିଆ ସଂଗଠନ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରୋମ୍ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁବାର ୟୁରୋପର ୧୨ଟି ରାଷ୍ଟ୍ରରେ ଥିବା ବିଭିନ୍ନ ଓଡ଼ିଆ ସଂଗଠନ, ପ୍ରତିନିଧି, ବ୍ୟବସାୟୀ, ଉଦ୍ୟୋଗୀ, ଇଞ୍ଜିନିୟର, ଡାକ୍ତର, ଛାତ୍ରଗୋଷ୍ଠୀ, ଆଇଟି ବୃତ୍ତିଧାରୀ ଓ ବୁଦ୍ଧିଜୀବୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ଏହି ଗୋଷ୍ଠୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିଲେ। ଓଡ଼ିଶାର ବିକାଶ ପାଇଁ ସେମାନଙ୍କ ସହଯୋଗ ଅବ୍ୟାହତ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ପ୍ରତିଶ୍ରୁତିବଦ୍ଧତା ପାଇଁ ଶ୍ରୀ ପଟ୍ଟନାୟକ ଏମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ୟୁରୋପରେ ଥିବା ଓଡ଼ିଆମାନଙ୍କୁ ଦେଖି ସେ ଖୁସି ଓ ଆନନ୍ଦିତ ବୋଲି କହିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସହ ଏହି ଆଲୋଚନା କାଳରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଦିଲ୍ଲୀ ଆବାସିକ କମିଶନର ରବିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..