Report Card Odisha

| Daily Odia News

ନୀନା ଙ୍କୁ ସାକ୍ଷାତକଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଇଟାଲୀ ରୋମ ରେ ପହଞ୍ଚି  ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ୧୦ଦିନିଆ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାଟିକାନ ସିଟିରେ ପୋପ ଫ୍ରାନ୍ସିସଙ୍କୁ ସାକ୍ଷାତ କରିବା ସହିତ ସେଠାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପଦାଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଖାଦ୍ୟ ନିରାପତ୍ତାର ସଫଳ କାର୍ଯ୍ୟକାରିତା ଓ ଏଥିରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହଭାଗିତା ନେଇ ଆଲୋଚନା କରାଯିବ। ଏଥିସହିତ ଇଟାଲୀରେ ଥିବା ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି। ରୋମ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ଦୁବାଇ ଅଭିମୁଖେ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ତାଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି.ଯାଦବ ଓ ଦିଲ୍ଲୀସ୍ଥିତ ଓଡ଼ିଶାର ଆବାସିକ ଆୟୁକ୍ତ ରବି କାନ୍ତ ପ୍ରମୁଖ ସାମିଲ ହୋଇଛନ୍ତି।

Breaking News