ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ, ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନର ଶାରୀରିକ ଅସୁସ୍ଥତା ପରେ ଗତକାଲି ନିଜ ଦିଲ୍ଲୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ମେହଟ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଥିଲେ। ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହଟ୍ଟା ସୁପ୍ରସିଦ୍ଧ ଆମେରିକୀୟ ପ୍ରକାଶକ ସୋନି ମେହଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ରେ ସୋନି ମେହଟ୍ଟାଙ୍କ ପରଲୋକ ଘଟିଥିଲା। ସେ ୧୪ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ। ବିଶେଷ ଭାବେ ଯୁଦ୍ଧ କ୍ଷେତ୍ରରେ ସାମ୍ବାଦିକତା ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଶେଷଦର୍ଶନ ପାଇଁ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଆଜି ସକାଳୁ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି। ସେଠାରେ ରହି ତାଙ୍କ ଶେଷକୃତ୍ୟର ତଦାରଖ କରିବେ ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..