ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପହଞ୍ଚି ସାରିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବା ସହ ସଚେତନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନବୀନ କହିଛନ୍ତି କୋଭିଡର ନୂଆ ଭାରିଏଣ୍ଟ omicrin ବହୁତ ଜୋରରେ ବ୍ୟାପିବାରେ ଲାଗୁଛି । ତେଣୁ ଆଗକୁ ଆମକୁ ସତର୍କ ରହିବାକୁ ପଡିବ । ମୁଁ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ମାନି ଚଳନ୍ତୁ । ଏମିତିକି ଦରକାର ନଥିଲେ ବାହାରକୁ ଯାଅନ୍ତୁନି । କାରଣ ପ୍ରତିଟି ଜୀବନ ମୋ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ଆପଣଙ୍କ ସହଯୋଗରେ ଏହି ଲହରକୁ ମୁକାବିଲା କରିପାରିବା । ତେବେ ଏଥିପାଇଁ ରାଜ୍ୟବାସୀଙ୍କ ସହଯୋଗ କାମନା କରୁଛି ।






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..