ରିପୋର୍ଟ କାର୍ଡ / ଭୁବନେଶ୍ୱର
ସବୁ ବେଳେ ଚର୍ଚ୍ଚାରେଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ | ନିଜର ସ୍ଵଚ୍ଛ ଶାସନକୁ ନେଇ, ଆଉ କେବେ ପ୍ରାକୃତିକ ବିପର୍ଯ୍ୟ ମୁକାବିଲାକୁ ନେଇ ତ କେବେ ମହାମାରୀ କରୋନା ପାଇଁ ଉଚିତ ପଦକ୍ଷେପ ନେଇ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇବା ପରେ ଏବେ ଜୀବନ ବ୍ୟାପୀ ସାଧନା ପୁରସ୍କାର ମିଳିବ। ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭୁବନେଶ୍ବରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସନ୍ତା ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କୁ ଜୀବନ ବ୍ୟାପି ସାଧନା ପୁରସ୍କାର ମିଳିବ। ପୁରସ୍କାର ସମାରୋହରେ ଉପସ୍ଥିତ ରହିବା ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ,ବିଧାୟକ ଦେବୀ ପ୍ରସାଦ ମିଶ୍ର , ଅରୁଣ କୁମାର ସାହୁ, ବ୍ୟମକେଶ ରାୟ ଏବଂ ଦେବୀରଞ୍ଜନ ତ୍ରିପାଠୀ ଦିଲ୍ଲୀଯିବେ | ୬ ତାରିଖରେ ଭୁବନେଶ୍ଵର ଫେରିବେ ମୁଖ୍ୟମନ୍ତ୍ରୀ ।ଏହି ସମୟରେ ବିମାନବନ୍ଦରୁ ମୁଖ୍ୟମନ୍ତ୍ରୀ ଙ୍କୁ ପାଛୋଟିନେବେ ବିଜେଡିର ସମସ୍ତ ଛାମୁଆ ହଜାର ହଜାର କର୍ମୀ | ୨୦୧୮ରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ହାତେଇ ଫେରିଥିଲେ , ସେତେବେଳେ ମଧ୍ୟ ବିପୁଳ ସ୍ୱାଗତ ସମ୍ବର୍ଧନାର ବ୍ୟବସ୍ଥା କରିଥିଲା ବିଜେଡି | ସେହିଭଳି ଜୀବନ ବ୍ୟାପୀ ସାଧନା ପୁରସ୍କାର ନେଇ ନବୀନ ଫେରିବାପରେ ସେହିଭଳି ବଡ ସମାରୋହ ପ୍ରସ୍ତୁତ କରୁଛି ବିଜେଡି | ସେଥିପାଇଁ ଆଜି ଭୁବନେଶ୍ବର ବିମାନବନ୍ଦର ଛକ ନିକଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂ। ଏହାସହ ଭୁବନେଶ୍ବର ବିଜେଡି ଜିଲ୍ଳା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ଓ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……