ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମିଳିଥିବା ସୂଚନା ଅନୁସାରେ- ଆଜି ମଧ୍ୟାହ୍ନରେ ଡ଼ିଲି ବାହାରିବେ ମୁଖ୍ୟମନ୍ତ୍ରୀ | ସେଠାରେ ସୋମବାର ସନ୍ଧ୍ୟାରେ ହେବାକୁ ଥିବା ବିବିସି ସ୍ପୋର୍ଟ୍ସ ୱିମେନ ଅଫ୍ ଦ ଇୟର ଆୱାର୍ଡରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ପଟ୍ଟନାୟକ ତାଙ୍କର ଦିଲ୍ଲୀ ଗସ୍ତ ସମୟରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ଆଲୋଚନାକରିବାର କାର୍ଯ୍ୟକ୍ରମ ରହିଛି । ଏଫସିଆଇ ଉଷୁନା ଚାଉଳ ଉଠାଇବା, କୋଇଲା ରୟାଲଟି ବୃଦ୍ଧି ଓ କେନ୍ଦ୍ରୀୟ ଅନୁଦାନ ଭଳି ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ସେ ଆଲୋଚନା କରିବେ ବୋଲି ସୂଚନା ମିଳିଛି | ପୂର୍ବରୁ କୋଇଲା ରୟାଲିଟି ସଂଶୋଧନ, ଗ୍ରୀନ୍ ସେସ୍ର ପ୍ରାପ୍ୟ ରାଜ୍ୟକୁ ପ୍ରଦାନ କରିବାପାଇଁ କେନ୍ଦ୍ରକୁ ସୁାରିଶ କରିଛି ରାଜ୍ୟ । କୋଇଲା ରୟାଲିଟି ବାବଦରେ ୨୦ ପ୍ରତିଶତ ଅନୁଦାନ ଦେବାପାଇଁ କେନ୍ଦ୍ର ନିକଟରେ ସେ ଦାବି କରିବେ । ଗ୍ରୀନ୍ ସେସ୍ ବାବଦ ଅର୍ଥ କେନ୍ଦ୍ର ସରକାର ରାଜ୍ୟକୁ ଦେଉନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । କୋଇଲା ରୟାଲଟି ବୃଦ୍ଧି ପାଇଁ ଦୀର୍ଘ ୭ ବର୍ଷ ହେଲା କେନ୍ଦ୍ର ନିକଟରେ ଦାବି କରାଯାଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ସଂଶୋଧନ କରୁନାହାନ୍ତି । ଫଳରେ ଓଡ଼ିଶା ସରକାର ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇ ସାରିଲେଣି ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….