ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପତ୍ତା ମିଳୁନଥିବା ଚର୍ଚା ହେଉଥିଲା | ବରର୍ତ୍ତମାନ ଖବର ଆସିଛି କି ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନରେ ହେମନ୍ତ ସୋରେନ ପହଞ୍ଚିଥିବା ସୂଚନା ମିଳିଛି। ବାସଭବନରେ କେଉଁ ସମୟରେ ଏବଂ କିଭଳି ପହଞ୍ଚିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ। ଏହାରି ଭିତରେ ରାଞ୍ଚିର ୩ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଏବଂ ରାଜଭବନର ୧୦୦ ମିଟର ମଧ୍ୟରେ ୧୪୪ ଧାରା ଲାଗୁ ହୋଇଛି। ଏହା ସୋମବାର ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ କୌଣସି ପ୍ରକାର ବିକ୍ଷୋଭ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ରାଜନୈତିକ ହଟଚମଟ ଭିତରେ ଜେଏମଏମ ପାର୍ଟିର କର୍ମକର୍ତ୍ତା ମାନେ ରାଜଭବନ ଅଭିମୁଖେ ପଦଯାତ୍ରା ଏବଂ ଘେରାଓ କାର୍ଯ୍ୟକ୍ରମ ରଖିଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି। ଉଲ୍ଲେଖ ଯୋଗ୍ୟ- ଗତକାଲି ଠାରୁ ସୋରେନ୍ ନିଜ ଦିଲ୍ଲୀ ସ୍ଥିତ ବାସଭବନ କିମ୍ବା ଝାଡଖଣ୍ଡ ବାସଭବନରେ ନାହାନ୍ତି। ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନ ସମସ୍ତ ଅନେକ ସ୍ଥାନରେ ଚଢ଼ାଉ କରି ପାଇନଥିଲା | ଏହି ସମୟରେ ଘରେ ଚଢ଼ାଉ କରି ଇଡି କିଛି ନଗଦ ୩୫ ଲକ୍ଷ ଟଙ୍କା, ବିଏମ୍ଡବ୍ଲୁ କାର୍ ଓ ଅନେକ ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଥିଲା। ତେବେ ରବିବାର ରାତିରୁ ହିଁ ଦିଲ୍ଲୀ ସ୍ଥିତ ଘରୁ ହେମନ୍ତ ସୋରେନ୍ କୁଆଡେ ଚାଲି ଯାଇଥିବା ଏକ ସୂତ୍ରରୁ ଜଣାପଡିଥିଲା। ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ଇଡି ପକ୍ଷରୁ ହେମନ୍ତ ସୋରେନ ନିଖୋଜ ଥିବା କହିବା ସହ ଏୟାରପୋର୍ଟକୁ ଅଲର୍ଟ କରାଯାଇଥିଲା |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..