ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୁଣିଥରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । ଶିନ୍ଦେ କହିଛନ୍ତି ରାଜ୍ୟର ହିତ ପାଇଁ ନିଜର ଇଗୋକୁ ଅଲଗା ରଖିବା ଜରୁରୀ । ସେ କହିଛନ୍ତି ବିକାଶ ପାଇଁ, ଧନ ପାଇବାକୁ କେନ୍ଦ୍ର ସହ ଭଲ ସମ୍ପର୍କର ଆବଶ୍ୟକତା ରହିଛି । କାମ ତ୍ରୁଣମୂଳ ସ୍ତରରେ ହାଇଥାଏ ନୁହେଁ କି ଅନଲାଇନ ଅବା ଘରେ ବସି ହୋଇଥାଏ । ଉଲ୍ଲେଖଯୋଗ୍ୟ, ଉଦ୍ଧବ ଠାକରେ ୨୦୧୯-୨୦୨୨ ପର୍ଯ୍ୟନ୍ତ ମହା ବିକାଶ ଅଘାଡି ସରକାରର ମୁଖ୍ୟମନ୍ତ୍ରୀ ଥିଲେ ଆଉ ସବୁବେଳେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ସହ ତୁତୁମେମେ ଲାଗି ରହିଥିଲା । ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିନ୍ଦେ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ବିକାଶ ହାତେଇବାକୁ ତ୍ରୁଣମୂଳ ସ୍ତରରେ କାମ କରିବାର ଆବଶ୍ୟକତା ରହିଛି । ଆପଣ ଅନଲାଇନ ଅଥବା ଫେସବୁକ ମାଧ୍ୟମରେ କାମ କରିପାରିବେ ନାହିଁ । ରାଜ୍ୟର ବିକାଶ ପାଇଁ ଧନ ପ୍ରାପ୍ତ୍ରି କରିବାକୁ କେନ୍ଦ୍ରସହ କଥା ହେବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ଇଗୋକୁ ଅଲଗା ରଖିଦେବା ଦରକାର ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..