ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ। ହାଇଟେକ୍ ହେଉଛି ସରକାରୀ ହାଇସ୍କୁଲ ଏବଂ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଇ-ଲାଇବ୍ରେରୀ ସାଙ୍ଗକୁ ସ୍କାର୍ଟ କ୍ଲାସର ବ୍ୟବସ୍ଥା । ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟ ଶେଷ ହୋଇଛି | ଗୁରୁବାର ସନ୍ଧ୍ୟା ୫ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ସୁନ୍ଦରଗଡର ୬୭ଟି ବିଦ୍ୟାଳୟ ସହ ନବରଙ୍ଗପୁରର ୧୨ଟି, ବାଲେଶ୍ବରର ୨୪ଟି, କଳାହାଣ୍ଡିର ୧୦ଟି ଓ କଟକର ୩୦ଟି ହାଇସ୍କୁଲର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସ୍କୁଲ ପରିସର ସୁନ୍ଦର ହେବା ସହ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଇଛି। ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ପରେ ସରକାରୀ ହାଇସ୍କୂଲରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକ ଧନ୍ୟବାଦ ଜଣାଇଛନ୍ତି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..