ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି। ଲେଖିଛନ୍ତି ତୁମ ଇଚ୍ଛା ବିନା ପତ୍ରଟିଏ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ। କୋର୍ଟଙ୍କ ରାୟ ପରେ ସରକାରଙ୍କ ବିଜୟ ପରେ ଶ୍ରୀ ଜଗନ୍ନାଥଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଛନ୍ତି। ସୂଚନା ଯୋଗ୍ୟ, ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ କୋର୍ଟଙ୍କ ରାୟ ଆସିଛି। ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କରିଛନ୍ତି ସୁପ୍ରିକକୋର୍ଟ। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କଲେ କୋର୍ଟ। କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବାରୁ ଜରିମାନା କରାଯାଇଛି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..