ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ରାଜନୀତିରେ ବିଦ୍ରୋହ ଜୋରଧରିଛି | ଏହା ଭିତରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଧୋକା ଦେଇ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକଙ୍କଠାରୁ ବିଭାଗ ଛଡ଼ାଇନେଲେ ଠାକରେ। ଏକନାଥ ସିନ୍ଦେଙ୍କ ସମେତ ଆଠଜଣ ବିଦ୍ରୋହୀ ମନ୍ତ୍ରୀଙ୍କୁ ଦିଆଯାଇଥିବ | ବିଭିନ୍ନ ବିଭାଗର ଦାୟିତ୍ବରୁ ସେମାନଙ୍କୁ ମୁକ୍ତ କରି ଏବେ ଅନ୍ୟ ମନ୍ତ୍ରୀମାନଙ୍କୁ ଏହି ଦାୟିତ୍ବ ଦେଇଛନ୍ତି ଠାକରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ଆଣି ଏହାକୁ ପୁଣି ଥରେ ଗଢ଼ିଛନ୍ତି, ଯାହାଦ୍ୱାରା ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରାଯିବ ନାହିଁ। ମହାବିକାଶ ଅଗାଡି ସରକାରରେ ଶିବସେନାର ଥିବା ୯ ଜଣ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ହାତ ମିଳାଇଥିଲେ। ଏହା ପରେ ମାତ୍ର ୩ଜଣ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ଥିଲେ। ସେଥି ମଧ୍ୟରୁ ଜଣେ ତାଙ୍କର ପୁଅ ଆଦିତ୍ୟ ଠାକରେ ଥିବା ବେଳେ ଅନ୍ୟ ଦୁଇ ଜଣ ଥିଲେ ସୁଭାଷ ଦେଶାଇ ଏବଂ ଅନିଲ ପରବ। ତେବେ ୯ଜଣ ମନ୍ତ୍ରୀ ସିନ୍ଦେଙ୍କ ପାଖକୁ ଯିବା ପରେ ସେମାନେ ବୁଝୁଥିବା ବିଭାଗର ଦାୟିତ୍ବ ନେବାକୁ କେହି ନଥିଲେ। ଏହି କାରଣରୁ ଏବେ ଉଦ୍ଧବ ଠାକରେ ସେମାନଙ୍କୁ ହଟାଇ ଅନ୍ୟ ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ର ରାଜନୈତିକ ସଂକଟକୁ ନେଇ ଶିବସେନାର ବିଦ୍ରୋହୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ଆଜି ଶୁଣାଣି କରାଯାଇଛି। ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ କାହିଁକି ଗଲେନାହିଁ ବୋଲି ସୁପ୍ରିମ୍ କୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକମାନେ କହିଛନ୍ତି ଯେ, ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..