ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଥମଥର ବିଧାନସଭା ନିର୍ବାଚନ ଲଢି ବଡ଼ ବିଜୟ ହାସଲ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱଙ୍କଠାରୁ ୬୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛନ୍ତି। ଗୋରଖପୁର ସଦର ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ଯୋଗୀ ଆଦିତ୍ୟନାଥ ପୂର୍ବରୁ ୫ଥର (୧୯୯୮,୧୯୯୯,୨୦୦୪,୨୦୦୯ ଏବଂ ୨୦୧୪) ଲୋକସଭାକୁ ନିର୍ବାଚିତ ହୋଇଥିଲେ । ନିର୍ବାଚନୀ ପରିଣାମରେ ଗୋରଖପୁର ସଦର ଆସନରେ ୬୭,୧୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୧,୧୧,୧୬୪ ଖଣ୍ଡ ଭୋଟ ମିଳିଛି । ସମାଜବାଦୀ ପ୍ରାର୍ଥୀ ଶୁଭୱଟି ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ୪୩,୯୯୧ଖଣ୍ଡ ମିଳିଛି। ସେହିପରି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ କେବଳ ୫,୮୮୮ ଖଣ୍ଡ ଭୋଟ ମିଳିଛି।
More Stories
ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ରହିବାକୁ ନିର୍ଦ୍ଦେଶ…..
ବିଜୟ ରୂପାନୀଙ୍କ ମୃତ ଦେହକୁ ଚିହ୍ନଟ କଲା ଡିଏନଏ ଟେଷ୍ଟ……
୨୦ ରୁ ଖୋଲିବ ବିଦ୍ୟାଳୟ….