Report Card Odisha

| Daily Odia News

ଆଜି ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ବରଗଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ | ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ବାହାରି ଦିନ ୧୧ଟା ୫୦ମିନିଟରେ ବିଜେପୁର ବ୍ଲ କନାପାଲି ଠଶରେ ପହଂଚିବେ ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପ ଲୋକାର୍ପଣ ହେଲେ ମରୁଡି ପ୍ରଭାବିତ ଅଂଚଳ ବଜେପୁର, ସୋହେଲା, ବରପାଲି ଓ ବରଗଡ ବ୍ଲକ ସମେତ ସୋନପୁର ଜିଲାର ଡୁଙ୍ଗୁରୀପାଲି ବ୍ଲକରେ ଚାଷ ଜମିକୁ ଜଳଯୋଗାଣ ହେବ। ହୀରାକୁଦ, ତରଙ୍ଗା ଓ କନାପାଲିଠାରେ ତିନୋଟି ପମ୍ପହାଉସ ପ୍ରତିଷ୍ଠା କରାଯାଇ ଜଳ ଯୋଗାଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ୨୦୧୯ ମସିହାରେ ଫେବ୍ରୁଆରୀରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ୨୦୨୦ ସେପ୍ଟେମ୍ବରରେ କାମ ଆରମ୍ଭ ହୋଇଥିଲା । ୧୨୭୫.୨୬କୋଟି ଟଙ୍କା ବିନିମୟରେ ରେକର୍ଡ ୩ବର୍ଷରେ ପ୍ରକଳ୍ପ କାମ ଶେଷ ହୋଇଛି। କେନାଲ ବଦଳରେ ପାଇପ ଯୋଗେ ଜଳଯୋଗାଣ ହେଉଥିବାରୁ ଧାନ ବ୍ୟତୀତ ଅନ୍ୟ ଫସଲ ମଧ୍ୟ ହୋଇପାରିବ। ଯାହାକି ଚାଷୀଙ୍କ ପାଇଁ ବରଦାନ ସାଜିବ। ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ ସହ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲର ଲୋକାର୍ପଣ କରିବେ ।

Breaking News