ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅର୍ଥାତ୍ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ଚଳିତ ବର୍ଷର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” । ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ। ଯୋଗ କରିବା ପୂର୍ବରୁ ଯଦି ଜଣେ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ନୁହନ୍ତି, ତେବେ ଯୋଗ ଏକ୍ସପର୍ଟଙ୍କ ସହ ଏ ନେଇ ବିଶଦ ଭାବରେ ଆଲୋଚନା କରନ୍ତୁ। ଶାନ୍ତ ମନ ଏବଂ ଶାନ୍ତ ପରିବେଶରେ ଯୋଗ କଲେ ତାହାର ସୁଫଳ ଅଧିକ ମିଳିଥାଏ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..