ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ପଡ଼ୁଥିବାରୁ ୯ ତାରିଖ ଅର୍ଥାତ୍ ସୋମବାରକୁ ଛୁଟି ଘୋଷଣା କରାଯାଇଛି। ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଜିଲ୍ଲାରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଛି। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ପୂର୍ବହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରି ନୂଆ ଖାଇ ପାରିବେ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..