ରିପୋର୍ଟ କାର୍ଡ / ରାଉରକେଲା
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତକରିବେ। ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍ଘାଟନ କରିବାସହ ହକି ପ୍ରୋ-ଲିଗ୍ର ଶୁଭାରମ୍ଭ କରିବେ। ଏହାସହ ରାଉରକେଲାରେ ରାତ୍ରିଯାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ରାଉରକେଲାରେ ଅପରାହ୍ନ ୫ଟା ୨୦ରେ ପହଞ୍ଚିବେ। ବିମାନବନ୍ଦରରୁ ସିଧାସଳଖ ବିର୍ସା ଛକରେ ପ୍ରାୟ ୧୨୪ କୋଟିରେ ନିର୍ମିତ ଅତ୍ୟାଧୁନିକ ଆଥ୍ଲେଟିକ୍ ଷ୍ଟାଡିୟମକୁ ଲୋକାର୍ପଣ କରିବେ। ପରେ ସନ୍ଧ୍ୟା ୬ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମ ନିକଟରେ ନିର୍ମିତ ବିଶ୍ବକପ୍ ଗ୍ରାମକୁ ଫେରିଆସି ସେଠାରେ କିଛି ସମୟ ବିତାଇବେ। ଏହାପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ର ଭାରତ-ଜର୍ମାନୀ ଉଦ୍ଘାଟନୀ ମୁକାବିଲାର ଶୁଭାରମ୍ଭ କରିବେ।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..