ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ସଙ୍କେତ ଦେଉଛି | ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି। ଏନେଇ ବିଚାର ବିମର୍ଶ ଚାଲିଛି। ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ। ଛାତ୍ର ସଂଗ୍ରଠନ ଦାବି ମହତ୍ତ୍ୱ ପୂର୍ଣ୍ଣ। ତେବେ ଯାହା ଠିକ୍ ହେବ, ସରକାର ନିଷ୍ପତ୍ତି ନେବେ। ୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ନବୀନ ସରକାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..