ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ବରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଚନ୍ଦକା ଅଞ୍ଚଳରେ ବିଏସ୍ସି ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ପୋଲିସ ଜବତ କରିଛି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ଅର୍ଚ୍ଚନା ଦାସ। ସୂଚନା ଅନୁସାରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଂଚଳରେ ଥିବା ଏକ କଲେଜ ହଷ୍ଟେଲ ଭିତରୁ ଅର୍ଚ୍ଚନାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ସୋମବାର ରାତିରେ ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଥିଲେ। ସେ ଭୁବନେଶ୍ବରସ୍ଥିତ ଏକ କଲେଜରେ ବିଏସ୍ସି ପଢୁଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଚନ୍ଦକା ପୁଲିସ ମୃତଦେହକୁ ଜବତ କରିଛି।। ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛି।






More Stories
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..
ପୁଣି ଲଘୁଚାପ ସମ୍ଭାବନା…..