ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାତୃଭାଷା ଓଡିଆରେ ହେବ ଏସଏସସି ଏମଟିଏସ ପରୀକ୍ଷା । ସିଏପିଏଫ ଭଳି ଏସଏସସି ଏମଟିଏସ ମଧ୍ୟ ଓଡିଆରେ ହେବ । କେବଳ ଏତିକି ନୁହେଁ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏଥିନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଘୋଷଣା କରିଛି । ଏଥିପାଇଁ ହେବାକୁ ଥିବା ପରୀକ୍ଷାରେ ହୋଇଛି ଏକ ବଡ ପରିବର୍ତ୍ତନ । ଏଣିକି ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନ୍ୟ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଓଡିଆ ସମେତ ଅନ୍ୟ ୧୩ଟି ଭାଷାରେ ପରୀକ୍ଷା କରିବା ପାଇଁ ମିଳିଛି ମଞ୍ଜୁରୀ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..