Report Card Odisha

| Daily Odia News

ପ୍ରେମିକାକୁ ଭିଡ଼ିଓ କଲ୍ କରି ଆତ୍ମହତ୍ୟା କଲେ ପ୍ରେମିକ…….

ରିପୋର୍ଟ କାର୍ଡ / ପୁରୀ

ପ୍ରେମିକା ସହିତ ଲାଇଭ କଲ୍ ରେ ଆତ୍ମହତ୍ୟା କଲେ ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । କାକଟପୁରର ଚନ୍ଦନ ବଜାରରେ ରହିଥିବା ଏକ ଲୁଗା ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ଘର ଜଗତସିଂହପୁର ଜିଲ୍ଲା ହୋଇଥିବା ବେଳେ ନାମ ପ୍ରତେୟ ଜେନା ବୋଲି ଜଣାପଡିଛି । ସେ ଲୁଗା ଦୋକାନରେ ସେଲ୍ସମ୍ୟାନ ଭାବରେ କାମ କରନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ପ୍ରେମିକାଙ୍କୁ କାହିଁକି ଭିଡିଓ କଲ କରିଥିଲେ ତାହା ଜଣା ପଡିନାହିଁ । ଭିଡିଓ କଲରେ ନିଆଯାଇଥିବା ସ୍କ୍ରିନଶଟ୍ ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରାଲ ହୋଇଛି। କାକଟପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି ।

Breaking News