ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାପାନର ଟୋକିଓଠାରେ ହେଉଥିବା କ୍ବାଡ୍ ସମ୍ମିଳନୀରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ହୋଇଛି | କହିଛନ୍ତି କି ‘ଏପରି ବହୁତ କିଛି ଅଛି ଯାହା ଆମ ଦୁଇ ଦେଶ ସାଥୀ ହୋଇ କରିପାରିବେ। ମୁଁ ଭାରତ ଓ ଆମେରିକାର ସହଭାଗିତାକୁ ଅଧିକରୁ ଅଧିକ ସୁଦୃଢ଼ କରିବାକୁ ଚାହେଁ।’ ସେ ଆହୁରି ବି କହିଛନ୍ତି କି ‘ମୁଁ ବହୁତ ଖୁସି ଯେ ଭାରତରେ ଟିକା ବିତରଣ ଓ ସ୍ବଚ୍ଛ ଶକ୍ତି ପଦକ୍ଷେପକୁ ସମର୍ଥନ କରିବା ପାଇଁ ଆମେରିକା ଚୁକ୍ତିବଦ୍ଧ। କେବଳ ସେତିକି ନୁହେଁ, ଇଣ୍ଡୋ-ଆମେରିକା ଭ୍ୟାକ୍ସନ୍ ଆକ୍ସନ ପ୍ରୋଗ୍ରାମକୁ ନବୀକରଣ କରିଥିବାରୁ ମଧ୍ୟ ମୁଁ ବେଶ୍ ଆନନ୍ଦିତ।’ ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧର କୁପ୍ରଭାବ ପୂରା ବିଶ୍ବରେ ପଡୁଥିବା ବେଳେ ଏଥିରୁ କିପରି ଆମେ ନିଜକୁ ଦୂରେଇ ରଖିପାରିବୁ ସେ ସଂପର୍କରେ ଆମେରିକା ସଦା ଭାରତର ପରାମର୍ଶ ନେବ ବୋଲି ବାଇଡେନ୍ ପ୍ରକାଶ କରିଛନ୍ତି। ଟୋକିଓରେ ହେଉଥିବା ଏହି ସମ୍ମିଳନୀରେ ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନେସ୍ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେତାଙ୍କ ଉଦ୍ବୋଧନ ଦେଇ କହିଛନ୍ତି କି କ୍ବାଡ୍ ଶ୍ବଳ୍ପ ସମୟ ମଧ୍ୟରେ ବିଶ୍ବ ମଞ୍ଚରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି। ଏହାଛଡ଼ା ସେ ଆହୁରି ବି କହିଛନ୍ତି ଯେ ସଦସ୍ୟ ଦେଶଗୁଡ଼ିକ ଟିକା ବିତରଣରୁ ନେଇ, ଜଳବାୟୁ କାର୍ଯ୍ୟ, ଯୋଗାଣ, ବିପର୍ଯ୍ୟାୟ ପରିଚାଳନା, ଅର୍ଥନୈତିକ ସହଯୋଗ ପରି ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସମନ୍ବୟ ରକ୍ଷା କରିଛନ୍ତି। ଏହି କ୍ବାଡ୍ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସମୃଦ୍ଧ ଏବଂ ସ୍ଥିରତା ନିଶ୍ଚିତ କରିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..