Report Card Odisha

| Daily Odia News

ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟ ସାର…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ ଶେଷ ହେବ ସେଥିପାଇଁ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି। ଗୁରୁବାର ରାଜଭବନରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ, ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଭୁବ‌ନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ରାଜ୍ୟରେ ହେଲିପୋର୍ଟ ନିର୍ମାଣ ନେଇ ହେଉଥିବା ଯୋଜନା ସମ୍ପର୍କରେ ଜାଣି ରାଜ୍ୟପାଳ ପ୍ରଶଂସା କରିଥିଲେ। ପିପିପି ମୋଡ୍‌ରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଦୁଇରୁ ତିନିଟି ସ୍ଥାନରେ ହେଲିପୋର୍ଟ ଆରମ୍ଭ କରାଯାଉ। ବନ୍ଦରଗୁଡ଼ିକରେ ଗ୍ରିନ୍‌ଫିଲ୍ଡ ଟର୍ମିନାଲ ପରିବର୍ତ୍ତେ କ୍ରୁଜ ଟର୍ମିନାଲ୍‌ ବିକାଶ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ସରକାରୀ ପଲିଟେକନିକ୍ ଏବଂ ଆଇଟିଆଇରେ ଡ୍ରାଇଭିଂ ତାଲିମ ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ କହିଥିଲେ। ରାଜ୍ୟପାଳ ଭୁବନେଶ୍ୱର ରେଳଷ୍ଟେସନ, ଅନ୍ୟ ଷ୍ଟେସନଗୁଡ଼ିକର ପୁନଃ ବିକାଶ ଏବଂ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଗୁରୁତ୍ବାରୋପ କରିଛନ୍ତି।

Breaking News