Report Card Odisha

| Daily Odia News

ଓଏଏସ୍ ଅଫିସର ଙ୍କ ସମେତ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ ନେଉଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଜଣେ ପୋଲିସ ଡିଏସପି, ଜଣେ ଓଏଏସ ଓ ଜଣେ ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ୍ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ନେଇ ସୂଚନା ମିଳିଛି । କଳାହାଣ୍ଡି ଆଇୟୁସିଏଡବ୍ଲୁ ଡିଏସପି ରବୀନ୍ଦ୍ର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡିଛି । ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁରଙ୍କୁ ଅବସର ଦିଆଯାଇଛି । ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେକ୍ଟର ବିନୋଦ ନାୟକଙ୍କୁ ଅବସର ଦିଆଯାଇଛି । ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନାଙ୍କୁ ଅବସର ଦିଆଯାଇଛି । କରଞ୍ଜିଆ ଏନଏସି ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୫୧ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

Breaking News