Report Card Odisha

| Daily Odia News

ସାଂସଦମାନଙ୍କର ଆଚରଣ ଭାରତୀୟ ମୂଲ୍ୟବୋଧ ଭିତ୍ତିକ ହେବା ଉଚିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ୮୨ତମ ‘ଅଲ୍‌ ଇଣ୍ଡିଆ ପ୍ରିଜାଇଡିଙ୍ଗ୍‌ ଅଫିସର୍‌ସ୍‌ କନ୍‌ଫରେନ୍‌ସ୍‌’ର ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି କି ସାଂସଦମାନଙ୍କର ଆଚରଣ ଭାରତୀୟ ମୂଲ୍ୟବୋଧଭିତ୍ତିକ ହେବା ଉଚିତ | ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ସମ୍ମିଳନୀ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ, ଭାରତ ସ୍ବାଧୀନତାର ଶତବାର୍ଷିକୀ ଆଡ଼କୁ ଅଗ୍ରସର ହେଉଥିବାରୁ ଜଣଙ୍କର କର୍ତ୍ତବ୍ୟ ସମ୍ପାଦନ ଆଗାମୀ ୨୫ ବର୍ଷ ପାଇଁ ଦେଶର ମନ୍ତ୍ର ହେବା ଉଚିତ। ଏହି ବାର୍ତ୍ତା ସଂସଦରୁ ରାଜ୍ୟ ବିଧାନସଭାମାନଙ୍କୁ ଯିବା ଉଚିତ। ଦେଶର ଏକତା ଓ ଅଖଣ୍ଡତା ବିରୋଧରେ ଉଠୁଥିବା ବ୍ୟତିକ୍ରମ ସ୍ବର ପ୍ରତି ସତର୍କ ରହିବା ବିଧାନସଭାର ଦାୟିତ୍ବ ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି। ଆମ ଏକତା ହିଁ ଆମ ବିବିଧତାକୁ ସଂରକ୍ଷିତ କରିଛି। ଉନ୍ନତ ଧରଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବିତର୍କ ନିମନ୍ତେ ବିଧାନସଭାରେ ପୃଥକ୍‌ ସମୟ ରଖିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ସେ ସବୁ ବିତର୍କ ଗୁରୁତ୍ବପୂର୍ଣ୍ଣ, ସମ୍ମାନଜନକ ଏବଂ ରାଜନୀତି ଠୁ ଊର୍ଦ୍ଧ୍ବରେ ରହିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଗଣତନ୍ତ୍ର କେବଳ ଶାସନ ବ୍ୟବସ୍ଥା ନୁହେଁ, ଭାରତର ସ୍ବଭାବ।

Breaking News