ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ | ଭାରତୀୟ ମହିଳା ଶେଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ହାତେଇ ପାରିନଥିଲା ଅଲିମ୍ପିକ୍ସ ମେଡାଲ | ତଥାପି ଦେଶ ବାସୀଙ୍କ ହୃଦୟ ଜିତିଛନ୍ତି | ଆଗାମୀ ଯୁବପିଢ଼ି ଏବଂ ଖେଳାଳିଙ୍କ ମନୋବଳ ବଢାଇଛି | ଅଲିମ୍ପିକ୍ସରେ ସଫଳତା ପରେ ଆଜି ଓଡିଶା ଆସିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଦଳ | ଭୁବନେଶ୍ୱର ବିମାନବନ୍ଦରରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ଅଲିମ୍ପିକ୍ସ ହକି ଖେଳାଳିଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସଫଳତା ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଓଡ଼ିଶାର ଭୂମିକାକୁ ପୂରା ଦେଶ ପ୍ରଂଶସା କରିଛି । ଆଉ ଆଜି ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ହକି ପ୍ରତି ଓଡ଼ିଶାର ଅବଦାନକୁ ମନେ ପକାଇବା ସହ ପ୍ରଂଶସାରେ ପୋତି ପକାଇଛନ୍ତି ଭାରତୀୟ ଅଲମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା । ସମ୍ବର୍ଦ୍ଧନା ଉତ୍ସବରେ ନରିନ୍ଦର କହିଛନ୍ତି, ହକି ଖେଳାଳିଙ୍କ ଦ୍ୱିତୀୟ ଘର ପାଲଟିଛି ଓଡ଼ିଶା । ଏପରିକି ଭାରତୀୟ ହକିର ଘର ପାଲଟି ସାରିଛି ଓଡ଼ିଶା । ଆଉ ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଅବଦାନ ରହିଛି ।
ହକିର ବିକାଶ ପାଇଁ ନବୀନ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଭିତ୍ତିଭୂମିକୁ ସୁଦୃଢ କରିବା ଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ନବୀନଙ୍କ ଭୂମିକା ଅତୁଳନୀୟ । ଅଲିମ୍ପିକ୍ସ ପୂର୍ବରୁ ଓଡ଼ିଶାରେ ବଡ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି, ଯାହା ଭାରତୀୟ ଟିମକୁ ବଳ ଦେଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା ସହଯୋଗରେ ଭାରତୀୟ ହକିର ଭାଗ୍ୟ ବଦଳିଛି । ଯେତେବେଳେ କ୍ରିକେଟ ପଛରେ ସମସ୍ତେ ପାଗଳ ଥିଲେ ସେତେବେଳେ ହକିକୁ ଆପଣାଇଥିଲା ଓଡ଼ିଶା । ହକିକୁ ନୂଆ ଜନ୍ମ ଦେଇଥିଲା ଓଡ଼ିଶା । ରାଜ୍ୟବାସୀଙ୍କ ଠାରୁ ଯେଉଁ ଭଲପାଇବା ମିଳିଥିଲା ତାହା ହକି ଖେଳାଳିଙ୍କ ମନୋବଳ ବଢାଇଥିଲା । ଆଉ ଏହିଠାରୁ ଭାରତୀୟ ହକିର ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ନରିନ୍ଦର । ଏହାସହ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ପଦକ ପାଇଛି ତାହା ପଛରେ ଓଡ଼ିଶାର ବଡ ଭୂମିକା ରହିଛି ବୋଲି ନରିନ୍ଦର କହିଛନ୍ତି ।
କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଅବଦାନ ଭାରତୀୟ ହକିକୁ ସଫଳତାର ଶିଖରରେ ପହଞ୍ଚାଇଛି । ହକିର ଲୋକପ୍ରିୟତାର ଗ୍ରାଫ୍ ଏବେ ବଢି ଚାଲିଛି । କେବଳ ହକି ନୁହେଁ ବରଂ ଅନ୍ୟ କ୍ରୀଡାକୁ ମଧ୍ୟ ବେଶ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ପ୍ରତି ଜିଲ୍ଲାରେ ଇନଡୋର ଷ୍ଟାଡିୟମ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଦର୍ଶାଉଛି ରାଜ୍ୟ ସରକାରଙ୍କ ଫୋକସରେ ରହିଛି କ୍ରୀଡା | ସୂଚନା ଅନୁସାରେ-ଏହା ପୂର୍ବରୁ ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ପହଞ୍ଚିଥିଲେ। ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ ରାଜଧାନୀ ରାସ୍ତା କମ୍ପିଥିଲା। ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ହକି ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା।
ବିମାନବନ୍ଦରରେ ଟିମ୍ ପହଁଚିବା ପରେ କ୍ରୀଡାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ହୋଟେଲ୍ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଟେଲ୍ ସାଣ୍ଡିସ୍ ଟାୱାରକୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି। ସବୁ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ସକାଳ ଜଳଖିଆ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିବା ନେଇ ସୂଚନା ମିଳିଛି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….