Report Card Odisha

| Daily Odia News

ସୁପ୍ରିମକୋର୍ଟଙ୍କ ରାୟ ସହିତ କଂଗ୍ରେସ ଏକମତ ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ଆସିଥିବା ରାୟ ଉପରେ ବିରୋଧୀ ଦଳ କଂଗ୍ରେସ ପ୍ରତିକ୍ରିୟା ରଖିଛି। ସୁପ୍ରିମକୋର୍ଟଙ୍କ ରାୟ ସହିତ ଦଳ ଏକମତ ନାହିଁ ବୋଲି କହିଛି। ଭାରତର ସମ୍ବିଧାନ ଅନୁସାରେ ସଂଶୋଧନ ନହେବା ପର୍ଯ୍ୟନ୍ତ ଧାରା ୩୭୦ ଜମ୍ମୁ କାଶ୍ମୀରବାସୀଙ୍କୁ ପ୍ରଦାନ କରୁଥିବା ସ୍ବତନ୍ତ୍ର ମାନ୍ୟତା ବଳବତ୍ତର ରହିବା ଆବଶ୍ୟକ ଥିଲା। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୧୯ରେ ଯେଉଁଭଳି ଭାବେ ଧାରା ୩୭୦ ଉଚ୍ଛେଦ କଲେ ତା ସହ ତାଙ୍କ ଦଳ ସମ୍ମାନର ସହ ଏକମତ ନୁହେଁ। ଏଥିସହିତ କଂଗ୍ରେସ କାର୍ଯ୍ୟକାରିଣୀରେ ଧାରା ୩୭୦ ଉପରେ ଗୃହୀତ ହୋଇଥିବା ପ୍ରସ୍ତାବକୁ ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି ଭାରତର ସମ୍ବିଧାନ ଅନସୁାରେ ସଂଶୋଧନ ହେବା ପର୍ଯ୍ୟନ୍ତ ଧାରା ୩୭୦କୁ ସମ୍ମାନ ଦେବାର ଆବଶ୍ୟକ ଥିଲା। ବିଧାନସଭାର ସ୍ବୀକୃତି ବିନା କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ଅଧିକାରକୁ ସୁପ୍ରିମକୋର୍ଟ ବୈଧ ଦର୍ଶାଇଛନ୍ତି। ଏଥିସହିତ ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତକୁ ମଧ୍ୟ ସୁପ୍ରିମକୋର୍ଟ ଠିକ୍ ଦର୍ଶାଇଛନ୍ତି। ରାଜ୍ୟକୁ ବିଭାଜିତ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ମାନ୍ୟତା ହ୍ରାସ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନନେବାରୁ ଆମେ ନିରାଶ ହୋଇଛି। ଭବିଷ୍ୟତରେ ଉପଯୁକ୍ତ ମାମଲାର ବିଚାର ପାଇଁ ଏହି ପ୍ରଂଶ ସଂରକ୍ଷିତ ରଖାଯାଇଛି ବୋଲି ଚିଦମ୍ବରମ କହିଛନ୍ତି। ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଫେରାଇବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟକୁ କଂଗ୍ରେସ ପ୍ରଶଂସା କରିଛି। ତେବେ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଅପେକ୍ଷା ନକରି ତୁରନ୍ତ ଜମ୍ମୁ କାଶ୍ମୀରରୁ ରାଜ୍ୟମାନ୍ୟତା ଫେରାଇବା ପାଇଁ କଂଗ୍ରେସ ଦାବି କରିଛି।

 

Breaking News