ରିପୋର୍ଟ କାର୍ଡ / ବରଗଡ଼
୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ମାଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି | ପ୍ରତେକ ଦିନ ନେତାଏ ବଦଳାଉଛନ୍ତି ଦଳ | ଆଜି ଦେଖିବାକୁ ମିଳିଛି କଂଗ୍ରେସର ପୂର୍ବତନ ବରଗଡ଼ ଜିଲ୍ଲା ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରମୁଖଙ୍କ ନିକଟକୁ ପଠାଇଛନ୍ତି। ସୂଚନା ଅନୁସାରେ- ରବିବାର କଂଗ୍ରେସ ନିହାରଙ୍କୁ ଜିଲ୍ଲା ସଭାପତି ପଦବୀରୁ ହଟାଇଥିଲା ଏବଂ ଦଳ ସେହି ସ୍ଥାନରେ ହରଦୀପ ସିଂଙ୍କୁ ନୂତନ ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରିଥିଲା। ଏହାର ଦିନକ ପରେ ନିହାରଙ୍କ ଇସ୍ତଫା ଜିଲ୍ଲାର ଚର୍ଚ୍ଚାର ବିଷୟ ହୋଇଛି। ନିହାର ଆଗକୁ ଭାଜପାରେ ଯୋଗଦେଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଲୋକେ ଯାହା ଚାହିଁବେ, ସେ ସେହି ନିଷ୍ପତ୍ତି ନେବେ ବୋଲି ନିହାର କହିଛନ୍ତି।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..