ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ ପ୍ରଦେଶ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ ବୋଲି ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଗୁଆ ଟିକେଟ ପ୍ରଦାନ ପାଇଁ ଆଜି କଂଗ୍ରେସ ପିଇସି କମିଟି ବୈଠକ ବସିଥିଲା | ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ। ପ୍ରଗମନ ଆପ୍ରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା ହୋଇଥିଲା, ଯେଉଁଥିରେ ବିଧାୟକ ପାଇଁ ୩ ହଜାର, ସାଂସଦ ପାଇଁ ୭୦୦ ଜଣ ଆଶାୟୀ ଆବେଦନ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର କେଉଁ ସ୍ଥାନରୁ କେଉଁ ପ୍ରାର୍ଥୀ ଛିଡ଼ା ହେବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି। AICC କମିଟି ମେମ୍ବର ବି ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପ୍ରସ୍ତୁତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଦିଲ୍ଲୀ ସ୍କ୍ରିନିଂ କମିଟି ସମ୍ମୁଖରେ ଉପସ୍ଥାପିତ କରାଯିବ ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..