Report Card Odisha

| Daily Odia News

ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏପ୍ରିଲ ୧୯ ରୁ ଜୁନ୍ ୧ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ସମସ୍ତ ଦଳ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି। ପ୍ରାର୍ଥୀ ଘୋଷଣା ସହ ଦଳମାନେ ପ୍ରଚାର ଅଭିଯାନକୁ ମଧ୍ୟ ଜୋରଦାର କରିଛନ୍ତି | ତେବେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଛତିଶଗଡ ପାଇଁ ୪ଜଣ ଏବଂ ତାମିଲନାଡୁ ପାଇଁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଛତିଶଗଡର ସୁରଗୁଜା (ଏସଟି)ରୁ ଶଶି ସିଂ, ରାୟଗଡ଼ (ଏସଟି) ରୁ ଡ. ମେନ୍ ଦେବୀ ସିଂ, ବିଲାସପୁରରୁ ଦେବେନ୍ଦ୍ର ସିଂ ଯାଦବ ଏବଂ କାଙ୍କେର (ଏସଟି)ରୁ ବିରେଶ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ତାମିଲନାଡୁର ମାୟିଲାଦୁଥୁରାଇ ଆସନରୁ ଆର ସୁଧାଙ୍କୁ ପ୍ରାର୍ଥୀ କରାଯାଇଛି । ଉଲ୍ଲେଖ ଯୋଗ୍ୟକି ସୋମବାର କଂଗ୍ରେସ ପକ୍ଷରୁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା | ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ମୁତାବକ ରାଜସ୍ଥାନ ଆଜମେରରୁ ରାମଚନ୍ଦ୍ର ଚୌଧୁରୀ, ରାଜସମନ୍ଦରୁ ସୁଦର୍ଶନ ରାବତ, ଭୀଲବାଡାରୁ ଦାମୋଦର ଗୁଜାର, କୋଟାରୁ ପ୍ରହ୍ଲାଦ ଗୁଂଜାଲ, ତାମିଲନାଡୁ ତିରୁନାଭେଲିରୁ ସି ରବର୍ଟ ବୃଷ ପ୍ରମୁଖଙ୍କୁ ପ୍ରାର୍ଥୀ କରାଯାଇଥିଲା |

 

Breaking News