ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଣ୍ଡି ମେଣ୍ଟ ରାଲିରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ‘୪୦୦ ପାର’ ସ୍ଲୋଗାନ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ‘୪୦୦ ପାର’କୁ କାର୍ଯ୍ୟକାରୀ କରିବା ପାଇଁ ‘ଅମ୍ପାୟାର’ ବାଛିଛନ୍ତି ଏବଂ ସେହି ଆଧାରରେ ସେମାନେ କାମ କରୁଛନ୍ତି। ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ରାଲିକୁ ସମ୍ବୋଧିତ କରିବା ଅବସରରେ ରାହୁଲ କହିଛନ୍ତି ଯେ ଇଭିଏମ୍, ମ୍ୟାଚ୍ ଫିକ୍ସିଂ, ସୋସିଆଲ୍ ମିଡିଆ ଏବଂ ପ୍ରେସ୍ ଉପରେ ଚାପ ସତ୍ତ୍ବେ ସେମାନେ (ବିଜେପି) ୧୮୦ରୁ ଅଧିକ ଆସନ ଜିତିପାରିବେ ନାହିଁ । ରାହୁଲ କହିଛନ୍ତି, ‘ଏବେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି। ଯେତେବେଳେ ଅମ୍ପାୟାରଙ୍କ ଉପରେ ଚାପ ପକାଯାଏ, ଖେଳାଳିଙ୍କୁ କିଣାଯାଏ ଏବଂ ଅଧିନାୟକଙ୍କୁ ମ୍ୟାଚ୍ ଜିତିବା ପାଇଁ ଧମକ ଦିଆଯାଏ, ସେତେବେଳେ ଏହାକୁ କ୍ରିକେଟରେ ମ୍ୟାଚ୍ ଫିକ୍ସିଂ କୁହାଯାଏ । ଆମ ଆଗରେ ଲୋକସଭା ନିର୍ବାଚନ ଅଛି, ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ ଅମ୍ପାୟାର ଚୟନ କରିଛନ୍ତି। ମ୍ୟାଚ୍ ପୂର୍ବରୁ ଆମ ଦଳର ଦୁଇ ଜଣ ଖେଳାଳିଙ୍କୁ ଗିରଫ କରାଯାଇଛି ।’ କଂଗ୍ରେସ ହେଉଛି ସବୁଠାରୁ ବଡ଼ ବିରୋଧୀ ଦଳ ଏବଂ ନିର୍ବାଚନ ମଝିରେ ଆମର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି। ଆମକୁ ଅଭିଯାନ ଚଳାଇବାକୁ ପଡିବ, ପ୍ରଚାର ପାଇଁ କର୍ମୀ ପଠାଇବାକୁ ପଡିବ, ପୋଷ୍ଟର ଲଗାଇବାକୁ ପଡିବ, କିନ୍ତୁ ଆମର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି । ବିରୋଧୀ ଦଳଙ୍କ ପ୍ରତି ଏହା କିଭଳି ରଣନୀତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..