ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ସାଂସଦ ରାହୁଲ ଗାନ୍ଧି ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି । ଏହି କାରଣରୁ ତାଙ୍କର ମଧ୍ୟପ୍ରଦେଶର ସତନା ଓ ଝାଡ଼ଖଣ୍ଡର ରାଞ୍ଚିଗସ୍ତକୁ ବାତିଲ କରାଯାଇଛି। ରାହୁଲଙ୍କ ବଦଳରେ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ସତନାଗସ୍ତ କରିବାର ଯୋଜନା ରହିଛି। କଂଗ୍ରେସର ମଧ୍ୟପ୍ରଦେଶ ଇକାଇର ଅଧ୍ୟକ୍ଷ ଜିତୁ ପଟବାରୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ରାହୁଲ ଗାନ୍ଧି ଅସୁସ୍ଥ ହୋଇପଡ଼ିଥିବାରୁ ସତନା ଆସିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ସତନା ଯିବାକୁ ଅନୁରୋଧ କରିଛନ୍ତି। ରାହୁଲ ଗାନ୍ଧି ଖୁବଶୀଘ୍ର ସୁସ୍ଥ ହୋଇ ଯୋଜନା ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେବେ। ରାହୁଲ ରବିବାର ମଧ୍ୟପ୍ରଦେଶର ସତନାରେ ପହଞ୍ଚି କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଏକ ସାଧାରଣ ସଭା କରିବାର ଯୋଜନା ରଖିଥିଲେ କିନ୍ତୁ ଏହା ପୂର୍ବରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଛି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା।’






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……