ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅସିବ ଲୋକସଭା ନିର୍ବାଚନର ରେଜଲ୍ଟ। ଏହା ପୂର୍ବରୁ ଚଣ୍ଡିଗଡ କଂଗ୍ରେସର କିଛି ବିରୋଧୀ ନେତାଙ୍କ ଉପରେ ନିଆଯାଇଛି ବଡ କାର୍ଯ୍ୟାନୁଷ୍ଠାନ। ଚଣ୍ଡିଗଡ କଂଗ୍ରେସର ୫ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ସେହିପରି ୫ ଜଣ ପଦାଧିକାରୀଙ୍କୁ ତାଙ୍କ ପଦରୁ ମୁକ୍ତ କରାଯାଇଛି। ଟିକେଟ୍ ନପାଇ ଏ ସମସ୍ତ ପଦାଧିକାରୀ ଅସନ୍ତୁଷ୍ଠ ଥିଲେ। ଏହି ସମସ୍ତ ଅଧିକାରୀଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଦଳରୁ ବହିଷ୍କାର କରାଯାଇଛି।ସମସ୍ତ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପବନ ବଂସଲଙ୍କ ଘନିଷ୍ଠ ଥିଲେ ବୋଲି କୁହାଯାଉଛି।






More Stories
ପୁଣି ମଣିପୁରରେ ହିଂସା…..
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..