ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ସରକାରଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ଆହ୍ୱନ କ୍ରମେ ସାରା ଦେଶରେ ଇଡ଼ି ଅଫିସ ସମ୍ମୁଖରେ କଂଗ୍ରେସ ପ୍ରତିବାଦ କରୁଛି । ଇଡ଼ି ଓ ସିବିଆଇର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇ ଧାରଣା ଦେବା ପରେ ଭୁବନେଶ୍ୱର ଇଡ଼ି ଅଫିସ ଘେରାଉ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା। ଇଡ଼ି ଅଫିସକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବ୍ୟାରିକେଡ ଭାଙ୍ଗି ଧସେଇ ପଶିବା ବେଳେ ପୋଲିସ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଏକାଠି ହୋଇ ଇଡ଼ି କାର୍ଯ୍ୟାଳୟ ଘେରାଉ ବେଳେ ଅନେକ ନେତାଙ୍କୁ ପୋଲିସ ଉଠାଇ ନେଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..